ଖପ୍ରାଖୋଲ ପୁଲିସ ଦ୍ୱାରା ୪୬ ବୋତଲ କଫସିରଫ ଜବତ,୨ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ପୁଲିସ ୪୬ ବୋତଲ କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧଣ୍ଡାମୁଣ୍ଡା ଗ୍ରାମର ରଣଧୀର ପଣିକା ଓ ପାଟିମାଲ ଗ୍ରାମର ଆନନ୍ଦ ପଟେଲ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଗତକାଲି ସଂନ୍ଧ୍ୟାରେ ଥାନାଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଧଣ୍ଡାମୁଣ୍ଡା ଗ୍ରାମରେ ଚଢ଼ଉ କରି ରଣଧୀର ଓ ଆନନ୍ଦଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରିଥିଲା । ଅଧିକ ଜେରା ପରେ ପାଟଣାଗଡ଼ ଥାନା ଅନ୍ତର୍ଗତ ପଣ୍ଡାମୁଣ୍ଡା ଗ୍ରାମର ରମେଶ ବାଗ କଫସିରଫ ଯୋଗାଉଥିବା ପ୍ରକାଶ କରିଥିଲେ । ଅଭିଯୁକ୍ତଙ୍କଠାରୁ ୪୬ ବୋତଲ କଫସିରଫ ୧୦ଟି ନିଶା ବଟିକା, ୨ଟି ମୋବାଇଲ ଫୋନ ସହ ନଗଦ ୧୩୦୦ ଟଙ୍କା ପୁଲିସ ଜବତ କରିବା ସହ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଛି ବୋଲି ଥାନାଧିକାରୀ କହିଛନ୍ତି ।