ହୁବଲୀ ରୋଡ ଶୋ’ରେ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି

କର୍ଣ୍ଣାଟକ: କର୍ଣ୍ଣାଟକର ହୁବଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ରୋଡ ଶୋ’ ସମୟରେ ଜଣେ ଯୁବକ ମୋଦୀଙ୍କ ଗାଡ଼ି ପାଖରେ ପହଞ୍ଚି ଯାଇଥିଲା । ଉକ୍ତ ଯୁବକ ହାତରେ ଏକ ଫୁଲମାଳ ଥିଲା । ଏହି ସମୟରେ ମୋଦୀଙ୍କ ଗାଡ଼ିର କବାଟ ଖୋଲାଥିଲା ଏବଂ ସେ ଜନତାଙ୍କୁ ଅଭିବାଦନ କରୁଥିଲେ । କିନ୍ତୁ ସମ୍ପୃକ୍ତ ଯୁବକ ମୋଦୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀ ତାକୁ କାବୁ କରି ପଛକୁ ଠେଲି ଦେଇଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁବା ମହୋତ୍ସବରେ ସାମିଲ ହେବା ପାଇଁ କର୍ଣ୍ଣାଟକ ଗସ୍ତ କରିଛନ୍ତି । ହୁବଲୀରେ ରୋଡ ଶୋ’ସମୟରେ ମୋଦୀ ଲୋକଙ୍କ ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି । ଏହି ସମୟରେ ହିଁ ସୁରକ୍ଷାରେ ତ୍ରୁଟି ହୋଇଥିଲା । କିନ୍ତୁ ପୁଲିସ କମିଶନର ଉକ୍ତ ମାମଲାରେ ବୟାନ ଦେଇ ସୁରକ୍ଷାରେ ତ୍ରୁଟି ହୋଇନଥିବା କହିଛନ୍ତି ।