ନିଜ ଗୋଡ଼ରେ ଠିଆ ହେଲେ ଉଜ୍ୱଳ ହେବ ଜୀବନ: ମନ୍ତ୍ରୀ ଟୁକୁନୀ ସାହୁ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ, ତହସିଲଦାର ମନସିଫିଲ କେରକେଟା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ଓ ଉପଖଣ୍ଡସ୍ତରୀୟ ମଙ୍ଗଳ ଅଧିକାରୀ ଗୁରୁଚରଣ ଦାସ ମଞ୍ଚାସିନ ଥିଲେ । ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ସ୍କୁଲକୁ ମୁଁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବାବେଳେ ସ୍କୁଲ ଉନ୍ନତି ଦିଗରେ ସବୁବେଳେ ସହଯୋଗ କରିବା ସାଙ୍ଗକୁ କିଭଳି ଭାବେ ଛାତ୍ରୀମାନେ ପାଠ ପଢ଼ି ଆଗକୁ ଯିବେ ସେଥିପ୍ରତି ଦୃଷ୍ଟି ଦେବି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଉଜ୍ୱଳ ଭବିଷ୍ୟତ ପାଇଁ ନିଜ ଗୋଡ଼ରେ ଠିଆ ହେବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ । ସ୍ୱାଗତିକା ଶତପଥୀ ଓ କଳ୍ପନା ରାଉଳ ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଲତା ମିଶ୍ର, ସଙ୍ଗୀତା ରଥ, ଜୟନ୍ତୀ ଭୋଇ, ପ୍ରତ୍ୟାସିନି ବାଗ, ସୁହାସିନି ମିଶ୍ର, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲଷ୍ମୀ ଦାସ ଓ ଗଗନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।