ଜାତୀୟ ପକ୍ଷୀ ଦିବସରେ ପକ୍ଷୀ ପାଇଁ କୃତ୍ରିମ ବସା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଳା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗ ଜାତୀୟ ପକ୍ଷୀ ଦିବସରେ ପକ୍ଷୀଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି । ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଦିନକୁଦିନ ବିଲୁପ୍ତ ହୋଇଯାଇଥିବାରୁ ଏପରି କୃତ୍ରିମ ପକ୍ଷୀ ବସା ତିଆରି କରି ପକ୍ଷୀଙ୍କ ସୁରକ୍ଷା ସହ ବନ୍ୟପ୍ରାଣୀକୁ ସୁରକ୍ଷା ଦେଇପାରିବା ବୋଲି ଶ୍ରୀ ନାଗ କହିଛନ୍ତି ।