ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ପୁଷପୁନି ଆଜି ପାଳନ କରାଯାଉଥିବାବେଳେ ରାଜ୍ୟ ସରକାର ଛୁଟି ଘୋଷଣା କରିନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କୋଶଲ ରାଏଜର ଆବାହକ ସୁଶୀଳ କୁମାର ଗୁରୁ ଓ ଅନ୍ୟତମ ଆବାହକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖି ବିଭିନ୍ନ ପର୍ବପର୍ବାଣୀରେ ସରକାରୀ ଛୁଟି ଘୋଷଣ ନ କରିବାର ଏହା ଏକ ଜ୍ୱଳନ୍ତ ଉଦାହରଣ । ପୁଷପୁନିରେ ୨ ଦିନ ଛୁଟି ଘୋଷଣା କରିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ସରକାର ଏହାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଆବାହକ ସୁଶୀଳ ଗୁରୁ କହିଛନ୍ତି ।