ନୂଆଦିଲ୍ଲୀ: ଆମେରିକାରେ କ୍ୟାପିଟାଲ ହିଲ ହିଂସା ମାମଲା ଏବେ ସୁଦ୍ଧା ଶାନ୍ତ ହୋଇନାହିଁ । ଆମେରିକୀୟ କ୍ୟାପିଟାଲ ପୁଲିସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଡ଼ୁଆରେ ଫସିି ଯାଇଛନ୍ତି । ପୁଲିସ ଅଧିକାରୀଙ୍କ ପରିବାର ଲୋକ ଟ୍ରମ୍ପଙ୍କ ବିରୋଧରେ ମାମଲା ଦାୟର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୬ ତାରିଖରେ ହୋଇଥିବା ଦଙ୍ଗାର ଦିନକ ପରେ କ୍ୟାପିଟାଲ ପୁଲିସଙ୍କ ମୃତ୍ୟୁ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପ ସେହିଦିନ ନିଜ ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇଥିବା ନେଇ ପୁଲିସ ଅଧିକାରୀଙ୍କ ପରିବାର ଲୋକ ଦାବୀ କରିଛନ୍ତି ।