ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

କେନ୍ଦ୍ରାପଡା,ଏଜେନ୍ସି: ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା । ପକ୍ଷୀ ଗଣନା ପାଇଁ ଗୁରୁବାର ପ୍ରଶିକ୍ଷଣ ନେଇଛନ୍ତି ଟିମ୍‌ । ଭିତରକନିକାରେ ପକ୍ଷୀଗଣନା ପାଇଁ ୧୭ଟି ଟିମ ଗଠନ କରାଯାଇଛି । ଆଜିର ପକ୍ଷୀ ଗଣନାରେ ଓୟୁଏଟି ଫରେଷ୍ଟ ଆନ୍ଥୋଲୋଜି ବିଷୟ ରଖିଥିବା ଛାତ୍ରଛାତ୍ରୀ, ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଜୁଲୋଜି ଛାତ୍ରଛାତ୍ରୀ ଭାଗ ନେବେ ବୋଲି ସୂଚନା ମିଳିଛି । ନିକଟରେ ଚିଲିକାରେ ପକ୍ଷୀ ଗଣନା ହୋଇଥିଲା ।

ତେବେ ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମୀ, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳିଭଂଜ ଡିଆ, ମଗରକନ୍ଦା, ଚିଂଚିରିମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ବତୀଘର, ରାଜଗଡ ପ୍ରଭୃତି ସ୍ଥାନ ମାନଙ୍କରେ ଏହି ଗଣନା କାର୍ଯ୍ୟ କରାଯିବ । ପ୍ରତି ଟିମକୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ ପ୍ରଭୃତି ଯନ୍ତ୍ର ଯୋଗାଇ ଦିଆଯାଇଛି । ଏହାଛଡା ନଦୀରେ ଗଣନା ସମୟରେ ବୋଟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।