ଜୟନ୍ତ ଦାସଙ୍କୁ ମାହାଙ୍ଗା ଗୌରବ ସମ୍ମାନ ପ୍ରଦାନ

କୁଆଁପାଳ,ଏନ୍‌ଏନ୍‌ଏସ୍‌: ମାହାଙ୍ଗା-ବଡ଼ଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତଥା ସୁଲେଖକ ସମାଜସେବୀ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସଙ୍କୁ ବାଲିଚନ୍ଦ୍ରପୁରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ମାହାଙ୍ଗା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଜୟନ୍ତ କୁମାର ଦାସ ଜଣେ ନିଆରା ମଣିଷ । ନିଜର ଚେଷ୍ଟା ଓ ସଫଳତା ପାଇଁ ସେ ଆଜି ସମଗ୍ର ଓଡ଼ିଶାରେ ପରିଚିତ ।