ଜମ୍ମୁ: ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାରେ ଆନ୍ତର୍ଜାତୀୟ ବୋର୍ଡରରୁ ୧ କିମି ଭିତରେ ନାଇଟ କର୍ଫ୍ୟ ଲଗାଯାଇଛି । କର୍ଫ୍ୟୁ କ୍ଷେତ୍ରରେ ବିଏସଏଫ ଯବାନ ନିଯୁକ୍ତ ରହିବେ । ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । କୁହୁଡି ଯୋଗୁ ସୀମା ଆରପଟୁ ଅନୁପ୍ରବେଶ ଓ ଡ୍ରୋନ ଯୋଗେ ହଥିୟାର ତସ୍କରୀ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ନାଇଟ କର୍ଫ୍ୟୁ ଆଗାମୀ ୨ ମାସ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୨ ଦିନରେ ଘାଟିରେ ହୋଇଥିବା ଆତଙ୍କବାଦୀ ଘଟଣା ସୁରକ୍ଷାବଳ ଓ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜୋରୀର ଡାଙ୍ଗରୀ ଗାଁରେ ରବିବାର ସଂଧ୍ୟାରେ ଆତଙ୍କବାଦୀମାନେ ଏକ ସମୁଦାୟ ବିଶେଷର ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଆହତ ହୋଇଥିଲେ ।