ନବରଙ୍ଗପୁର,ଏନ୍ଏନ୍ଏସ୍: ବିଜେପି ପକ୍ଷରୁ ହୋଇଥିବା ନବରଙ୍ଗପୁର ବନ୍ଦକୁ ବିଜେଡି ନାପସନ୍ଦ କରିଛି । ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିଛନ୍ତି । ରାଜ୍ୟ ସରକାର ହକି ବିଶ୍ୱକପ ଆୟୋଜନ କରି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁଖ୍ୟାତି ଅର୍ଜନ କରିବାକୁ ଯାଉଥିବାବେଳେ ବିଜେପି ଅସହିଷ୍ଣୁ ହୋଇପଡ଼ିଛି । ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ନଗରପାଳଙ୍କୁ ଦୁର୍ବ୍ୟବାହାର କରିବା ନେଇ ଅଭିଯୋଗ ହେଉଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ନବରଙ୍ଗପୁର ସହର ବନ୍ଦ କରିବାର ଆବଶ୍ୟକତା ନାହିଁ କି ଆନ୍ଦୋଳନ କରିବାର ପ୍ରୟୋଜନ ନାହିଁ ବୋଲି ଶ୍ରୀ ପ୍ରଧାନୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ପ୍ରକାଶଥାଉ କି, ହକି ବିଶ୍ୱକପ ସ୍ୱାଗତ ବେଳେ ଜିଲ୍ଲା ପରିଷଦ ସିଇଓ ଏବଂ ପୌରାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ହେବାରୁ ବିଜେପି ଆନ୍ଦୋଳନ ଓ ରାସ୍ତାରୋକ ପରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ।