ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ସାମିଲ ହୋଇଛନ୍ତି । ଏହାର ଭିଡିଓ କଂଗ୍ରେସ ଟ୍ୱିଟ୍ କରିଛି । ଏହି ଯାତ୍ରାରେ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗର ପୂର୍ବତନ ମୁଖ୍ୟ ଏ.ଏସ ଦୁଲ୍ଲନ ମଧ୍ୟ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ‘ଭାରତ ଯୋଡ଼ୋ ଯାତ୍ରା’ ଆଜି ସକାଳେ ଦିଲ୍ଲୀରୁ ବାହାରି ଉତ୍ତରପ୍ରଦେଶ ପହଞ୍ଚିଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ ସମେତ ପାର୍ଟିର ଅନେକ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକ ସାମିଲ ଥିଲେ । ଏହି ଯାତ୍ରା ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀର କଶ୍ମୀରୀ ଗେଟ ନିକଟସ୍ଥ ଜମୁନା ବାଜାରରୁ ବାହାରି ଦ୍ୱିପ୍ରହରରେ ଉତ୍ତରପ୍ରଦେଶର ଲୋନୀରେ ପହଞ୍ଚିଥିଲେ ।