ଦେଓଗାଁରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲାର ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକର ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗାଭୂଷଣ, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଦେଓଗାଁ ସମିତି ସଭ୍ୟ ମିନା ସା, ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ବିଡ଼ିଓ ସୁରେନ୍ଦ୍ର ମେହେର ଓ ଆଇଆଇସି ତାରାବତୀ ପ୍ରଧାନଙ୍କ ସମେତ ଜନସାଧାରଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।