କୂଅରେ ପଡ଼ି ଶିଶୁ ପୁତ୍ର ମୃତ

ଚିଲିକା,ଏନ୍‌ଏନ୍‌ଏସ୍‌: କୂଅରେ ପଡ଼ି ଜଣେ ଶୁଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ୫ ବର୍ଷୀୟ ଶିଶୁ ସାଈ। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ହାଟବରଡ଼ିହ ଗାଁରେ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ସାଈ ଅପରାହ୍ନ ସମୟରେ ଖେଳୁଥିବା ବେଳେ ହଠାତ୍ କୁଆଡ଼େ ନିଖୋଜ ହୋଇ ଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସାଈର ପତ୍ତା ମିଳିନଥିଲା । ଖବର ପାଇ ଦମକଳ ବାହିନୀ ପକ୍ଷରୁ ଆଖପାଖରେ ଥିବା ପୋଖରୀ-ଗାଡ଼ିଆ ରାତିତମାମ ଖୋଜିଖୋଜି କରାଯାଇଥିଲେ ମଧ୍ୟ ସାଈ ମିଳିନଥିଲା । ଆଉ ଆଜି ସକାଳୁ ନିକଟରେ ଥିବା ଏକ କୂପରୁ ସାଈର ମୃତଦେହ ଠାବ କରାଯାଇଥିବା ଜଣାପଡ଼ିଛି ।