ଧନୁଯାତ୍ରା ପାଇଁ ୪୦୦ରୁ ଅଧିକ କଳାକାରଙ୍କ ରଙ୍ଗୋଲି

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାନୀୟ ବିଜୁ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ୪୦୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ରଙ୍ଗୋଲି ପ୍ରସ୍ତୁତ କରିଛନ୍ତି । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଓ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ କଳାକାର ଜୀବନ୍ତ ଭାବେ ପ୍ରତିପାଦିତ କରିଛନ୍ତି । ଏହାକୁ ଦେଖିବ ଲାଗି ଦର୍ଶକଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଯାତ୍ରାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସ୍କୁଲ ଅଫ ଫାଇନ୍ ଆର୍ଟ ପକ୍ଷରୁ ଧନୁଯାତ୍ରାକୁ ନେଇ ତୃତୀୟଥର ପାଇଁ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରାହରଣ କଂସ, ପୁତନା ବଧ ଓ କଂସଙ୍କ ନଗର ଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ତ୍ତି ହେଉଥିବାରୁ ହିରକ୍ ଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଯାତ୍ରା ସହ ଲୋକଙ୍କୁ ଯୋଡ଼ିବା ପାଇଁ ଆଗକୁ ଆହୁରି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ପ୍ରଚାର ପ୍ରସାର କମିଟି ତରଫରୁ କୁହାଯାଇଛି ।