ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଫାଣ୍ଡି ଅଧିନସ୍ଥ ରେଙ୍ଗାଲି ଗାଁରେ ଯାତ୍ରା ହେଉଥିବାର ସୁଯୋଗ ନେଇ କିଛି ଦୁବୃତ୍ତ ବାଇକ ଚୋରି କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଧରପଗଡ଼ ଗାଁର ସନ୍ଦୀପ ସିଂ ବାବୁ ଯାତ୍ରା ଦେଖିବାକୁ ଆସି ବିଜୟ କିରାନା ଷ୍ଟୋର ନିକଟରେ ଗାଡ଼ି ରଖିଥିଲେ । ସ୍ଥାନଟି ନିଛାଟିଆ ହୋଇଥିବାରୁ ଦୁବୃତ୍ତମାନେ ବାଇକ ଚୋରି କରି ଫେରାର ମାରିଥିଲେ । ହେଲେ ଏହାର ଭିଡିଓ ସିସିଟିଭରେ କଏଦ ହୋଇଯାଇଛି । ଏନେଇ ବଡ଼ମାଳ ଫାଣ୍ଡିରେ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।