ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଆମ୍ବପାଳି ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ରାଜ ବିହାରି ବନଛୋର, ଛନ୍ଦା ଚରଣ ସୁନା, ସୁଶୀଲ କୁମାର ଭୋଇ, ଚକ୍ରଧର ବାଗ, କ୍ଷେତ୍ର ମେହେର, ପର୍ଶୁରାମ ପୁଟେଲ, ବୈଚନ୍ଦ୍ର ମହାନନ୍ଦ ଓ ଗନ୍ଧର୍ବ ଗହୀର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଖେଳ ଶିକ୍ଷକ ରାଜ ବିହାରୀ ବନଛୋର ଧନ୍ୟବାଦ ଦେଇଥିଲେ ।