ରାମନାଗୁଡ଼ାରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ମିନି ଷ୍ଟାଡିୟମରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୁଣୁପୁର, ରାମନାଗୁଡ଼ା, ଡମ୍ବସରା, ଗୁଡ଼ାରି, କେନ୍ଦୁଗୁଡ଼ା, ପଦ୍ମପୁର ଓ ଗୁମୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସକାଳ ୮ଟା ୩୦ ମିନିଟରେ ଘୋଷ ମାଧ୍ୟମରେ ଶିଶୁ ସଂଚଳନ କରି ରାମନାଗୁଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ଥାନୀୟ ମଙ୍ଗଳା ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ପହଞ୍ଚିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଲ୍ଲିକଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୩ଟି ଇଭେଣ୍ଟକୁ ନେଇ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜୟୀ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ, ସମସ୍ତ ଗୁରୁଜୀ, ଗୁରୁମା ସମେତ ପରିଚାଳନା କମିଟିର ସଭାପତି ରବି ସାହୁକାର, ଉପସଭାପତି ଭି.ଗୁରୁମୂର୍ତ୍ତି ରାଜୁ, ସମ୍ପାଦକ ଅଜିତ ପାତ୍ର, କୋଷାଧ୍ୟକ୍ଷ ସୁଦର୍ଶନ ପଣ୍ଡା, ଯୁଗ୍ମ ସମ୍ପାଦିକା କବିତା ଖୁଣ୍ଟିଆ, ସଦସ୍ୟ କମଳ ଲୋଚନ ମୁଟିକା ଓ ରଞ୍ଜିତା କୁମାରୀ ସାହୁ ମିଳିତ ଭାବେ ପରିଚାଳନା କରିଥିଲେ ।