ପଲ୍ଲିଶ୍ରୀ ମେଳାରୁ ଜିଲ୍ଲା ପରିଷଦ ସିଇଓ କିଣିଲେ ଜିନିଷ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପଲ୍ଲିଶ୍ରୀ ମେଳାର ୫ମ ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ସିଇଓ ଅନ୍ୟା ଦାସ ମେଳା ବୁଲି ଦେଖିବା ସହ ଆବଶ୍ୟକ ଜିନିଷ କିଣିଛନ୍ତି । ଉକ୍ତ ମେଳାର ବିଭିନ୍ନ ଷ୍ଟଲରେ ଭିଡ଼ ଦେଖିବାକୁ ମିଳୁଛି । ବ୍ରହ୍ମପୁର ଆଚାର, କନ୍ଧମାଳ ହଳଦି, ଲାଖ ହସ୍ତଶିଳ୍ପ, ଖାଦ୍ୟ ଷ୍ଟଲ, ମିନା ବଜାର ଓ ରାମ ଦୋଳି ଆଦିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ୪୫ ଖାଦ୍ୟ ଷ୍ଟଲ୍‌, ୩୨ଟି କୃଷି ଷ୍ଟଲ୍ ଓ ଓରମାସ ପକ୍ଷରୁ ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି । ମୋଟ୍ ୩୫୨ଟି ଷ୍ଟଲ୍ ଖୋଲାଯାଇଛି । ଏହାବ୍ୟତୀତ ଶତାଧିକ ଉଠା ଦୋକାନୀ ମଧ୍ୟ ଷ୍ଟଲ୍ ମାଧ୍ୟମରେ ବିକ୍ରିବଟା କରୁଛନ୍ତି । ୧ମ ଦିନରେ ୪୦ଲକ୍ଷ ୨୫ହଜାର, ୨ୟ ଦିନରେ ୯୭ଲକ୍ଷ ୪୭ହଜାର ୫୦୦ ଟଙ୍କା ଓ ୩ୟ ଦିନରେ ୮୫ହଜାର ଟଙ୍କାର ବେପାର ହୋଇଥିବା ସୂଚନା ମିଳିଛି ।