ବିହାରରେ ବିଶାକ୍ତ ମଦ ପିଇ ୨୦ ମୃତ

ପାଟନା: ବିହାରର ଛପରାରେ ବିଶାକ୍ତ ମଦ ପିଇ ୨୦ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ବିହାରରେ ମଦ ବନ୍ଦକୁ ନେଇ ନିୟମ ଥିବାବେଳେ ଏଭଳି ଘଟଣା ଘଟିବା ସଭିଙ୍କୁ ଚକିତ କରିଛି । ଏଠାରେ ଉଭୟ ମଦ କିଣିବା ଓ ବିକ୍ରି କରିବା ବେଆଇନ ହୋଇଥିବାବେଳେ ମଦ ପିଇଲେ ସଜାର ନିୟମ ରହିଛି ।