ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ଟାଉନ ହଲରେ ରାଜ୍ୟସ୍ତରୀୟ ପରବ-୨୦୨୨ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥିଭାବେ ଜୟପୁର ଆରକ୍ଷୀ ଅଧିକାରୀ ଅରୂପ ଅଭିଷେକ ବେହେରା, ଅଧ୍ୟକ୍ଷ, ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଯୁଧିଷ୍ଠିର ମଲ୍ଲିକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ କନିଷ୍ଠ ବିଭାଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶାଶ୍ୱତୀ ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟ ଅନ୍ୱେଷା ବେହେରା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରେନ୍ଦ୍ର କୁମାର ଭତ୍ରା କ୍ରମଶଃ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବରିଷ୍ଠ ବିଭାଗରେ ସୁରେନ୍ଦ୍ର ଖିଲ ପ୍ରଥମ, ସରକାରୀ ବିଳାସୀ ସାନ୍ତା ଦ୍ୱିତୀୟ ଓ ପ୍ରଫୁଲ୍ଲ ସାନ୍ତା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏଥିସହିତ ସର୍ବବରିଷ୍ଠ ବିଭାଗରେ ଅନ୍ତାରାମ ସାନ୍ତା ପ୍ରଥମ, ଯୋଗେଶ୍ୱର ସବର ଦ୍ୱିତୀୟ ଓ ଶ୍ରାବଣୀ ଦିଗାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ ।