ଶ୍ୱଶୁରଙ୍କ ଗଡ଼ରେ ଜିତିଲେ ବୋହୂ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶସ୍ଥିତ ମେନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତା ବଜାୟ ରଖିଛି । ଏହି ସିଟରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ପାଖାପାଖି ୨ଲକ୍ଷ ଭୋଟ ଅଧିକ ଭୋଟରେ ଜିତିଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ୟଙ୍କୁ ନିଜ ଗାଁ ବୁଥରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ସୂଚନାଯୋଗ୍ୟ, ମେନପୁରୀରେ ଭୋଟ ଗଣତି ଆରମ୍ଭରୁ ହିଁ ଡିମ୍ପଲ ଯାଦବ ଆଗୁଆ ଥିଲେ । ଭୋଟ ଗଣତି ଆଗକୁ ବଢ଼ିବା ସହ ବିରୋଧୀ ପ୍ରାର୍ଥୀଙ୍କଠୁ ଡିମ୍ପଲଙ୍କ ଭୋଟ ଅନ୍ତରାଳ ବଢ଼ିଥିଲା ।