ପଦ୍ମପୁରରେ ବାଜି ମାରିଲା ବିଜେଡି

ବରଗଡ଼,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୪୨ହଜାର ୧୦୬ ଭୋଟରେ ଜିତିଛନ୍ତି । ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧ଲକ୍ଷ ୧୯ହଜାର ୫୧୨ ଭୋଟ ପାଇଛନ୍ତି । ବର୍ଷାଙ୍କୁ ୧୩୫ଖଣ୍ଡ ପୋଷ୍ଟାଲ ବାଲାଟ ଭୋଟ ମିଳିଛି । ଇଭିଏମ୍ ଓ ପୋଷ୍ଟାଲ ବାଲାଟକୁ ମିଶାଇ ବର୍ଷାଙ୍କୁ ୧ଲକ୍ଷ ୧୯ହଜାର ୬୪୭ ଭୋଟ ପାଇଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମୋଟ ୭୭ହଜାର ୫୪୧ ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ୩,୫୬୧ ଖଣ୍ଡ ଭୋଟ ମିଳିଥିବା ନେଇ ସୂଚନା ମିଳିଛି ।