ଡିସେମ୍ବର ୧୨ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଗୁଜରାଟ: ଗୁଜରାଟରେ ୧୮୨ ବିଧାନସଭା ସିଟ ଲାଗି ହୋଇଥିବା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ବିଜେପି ବହୁମତ ସହ ବିଜୟ ଦିଗରେ ଅଗ୍ରସର ହେଉଥିବାବେଳେ ଭୂପେନ୍ଦ୍ର ପଟେଲ ଦ୍ୱିତୀୟଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଭୂପେନ୍ଦ୍ର ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିବେ । ଏଥିସହିତ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଧ୍ୟା ୬ଟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡ଼ିଆ ଆସନରେ ରେକର୍ଡ ସଂଖ୍ୟକ ୧ଲକ୍ଷ ୯୦ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ୨ଲକ୍ଷ ୧୨ହଜାରରୁ ଅଧିକ ଭୋଟ ମିଳିଛି ।