ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ହେଲେ ଅଳ୍ପକେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବାରୁ ବଞ୍ଚିଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ସୋମବାର ମଧ୍ୟରାତ୍ରରେ ଦୋକାନ ବନ୍ଦ ଥିବାବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଦୋକାନ ବନ୍ଦ କରି ଘରକୁ ଯିବାପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ବାରଣ୍ଡାରେ କିଛି ଗାଡ଼ି ଟାୟାର ରଖି ସେଥିରେ ନିଆଁ ଲଗାଇ ଦେଇଥିଲେ । ମଙ୍ଗଳବାର ସକାଳୁ ମାଲିକ ସୁରେଶ ଚନ୍ଦ୍ର ପିଲାଇ ଦୋକାନ ଖୋଲିବାକୁ ଆସିବା ପରେ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇଥିବାବେଳେ ବାଲିଗୁଡ଼ା ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।