ଆଶିଷ ମିଶ୍ରାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ଲଖୀମପୁର ଖୀରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆଶିଷଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ କୃଷକଙ୍କ ହତ୍ୟା ମାମଲା ଚାଲିବ । ଡିସେମ୍ବର ୧୬ରୁ ଟ୍ରାୟଲ ଆରମ୍ଭ ହେବ। ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି କୃଷକଙ୍କ ପ୍ରଦର୍ଶନ ସମୟରେ ୨୦୨୧ ଅକ୍ଟୋବର ୩ରେ ହିଂସା ହୋଇଥିଲା । ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଥିଲା । ୪ କୃଷକଙ୍କ ଉପରେ ଏସୟୁବି ଗାଡ଼ି ଚଢ଼ିଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା । ଉକ୍ତ ଗାଡ଼ିଟି ଆଶିଷ ମିଶ୍ରା ଚଲାଉଥିଲେ ।