ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଆରେଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ତେଜସ୍ୱୀଙ୍କୁ ମୋଦୀ ଫୋନ୍ କରିଥିଲେ ।
ସୂଚନାଯୋଗ୍ୟ,ଗତକାଲି ସିଙ୍ଗାପୁରରେ ଲାଲୁଙ୍କ କିଡନୀ ପ୍ରତିରୋପଣ ଅପରେସନ ହୋଇଥିଲା । ଲାଲୁଙ୍କୁ ତାଙ୍କ ୪୦ ବର୍ଷୀୟ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିଛି ।