ଶୀତକାଳୀନ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେସନ କାଲିଠୁ ଆରମ୍ଭ ହେବ । ସେଥିପାଇଁ କେନ୍ଦ୍ର ସରକାରୁ ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକର ଆୟୋଜନ ସଂସଦର ପୁସ୍ତକାଳୟରେ କରାଯାଇଛି । ଉକ୍ତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଡିଏମକେ ସାଂସଦ ଟିଆର ବାଲୁ, ହରସିମରତ କୌର ବାଦଲ ଓ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଡିସେମ୍ବର ୭ରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେସନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅଧିବେସନ ମାସକ ପାଇଁ ଘୁଞ୍ଚା ଯାଇଥିଲା । ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ ।