ନନ୍ଦାହାଣ୍ଡି ଓ ପଖନାଗୁଡ଼ା ଗ୍ରାମରେ ପକ୍କା ସଡ଼କ ନିର୍ମାଣ ପାଇଁ ଅନୁରୋଧ କଲେ ଯୁବ ଆଇନଜୀବୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପଖନାଗୁଡ଼ା ଓ ନନ୍ଦାହାଣ୍ଡି ଗ୍ରାମର ସଡ଼କ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କୁ ଭେଟି ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା ଅନୁରୋଧ କରିଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳିତ ଏହି ୨ ଗ୍ରାମର ରାସ୍ତା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ । ବିଶେଷ କରି ଗର୍ଭବତୀ ମହିଳା ଓ ସ୍କୁଲ ପିଲାଙ୍କ ପାଇଁ ଏହି ୨ ଗ୍ରାମର ରାସ୍ତା ଅତ୍ୟନ୍ତ ବିପଦଜନକ । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଏଠାରେ ଧନ ଜୀବନ ହାନି ହେଉଛି । ଏଣୁ ଦୀର୍ଘ ଦିନରୁ ଅବହେଳିତ ଏହି ୨ ଗ୍ରାମର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।