ଅଙ୍ଗନବାଡି କର୍ମୀଙ୍କ ଧାରଣାସ୍ଥଳକୁ ଗଲେ ବିଧାୟକ

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ବ୍ଲକ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନେ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ପାଇ ଆଜି ଧାରଣାସ୍ଥଳକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଧାରଣା ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ବ୍ଲକ ସଭାନେତ୍ରୀ ଅହଲ୍ଲା ବାୟି ପଣ୍ଡା ଓ ସମ୍ପାଦିକା ଗାଙ୍ଗି ପାଳଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ଅଙ୍ଗନବାଡି କର୍ମୀ ଯୋଗଦେଇ ବିଭିନ୍ନ ଦାବି ଉପରେ ସ୍ଲୋଗାନ ଦେଇଥିଲେ ।