ପେପରଲେସ ହେବ ଭୁବନେଶ୍ବର ଏମ୍ସ, ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ବର୍ଷ ପହିଲାରୁ ପେପରଲେସ ହସ୍ପିଟାଲ ହେବ ଭୁବନେଶ୍ଵର ଏମ୍ସ । ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଏମ୍ସରେ କିଭଳି ଭାବରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ ସେନେଇ ମଧ୍ୟ ପ୍ଲାନିଂ କରାଯାଉଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ଵର ଏମ୍ସ ପରିଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏବେ ଦେଶର ଏବଂ ପ୍ରତ୍ୟେକଟି ରାଜ୍ୟରେ ଏମ୍ସରେ କେଉଁ କେଉଁ ଉନ୍ନତିକରଣ କାର୍ଯ୍ୟ କରାଯିବ ତାକୁ ନେଇ ଆଲୋଚନା ମଧ୍ୟ ହେଉଛି । ରୋଗୀଙ୍କ ସହ ଆସୁଥିବା ଲୋକେ ଏଠି ସେଠି ନରହି କେଉଁଠି ପ୍ରତୀକ୍ଷାଳୟ କେତେ କରାଯାଇଛି ତାର ହିସାବ ରଖାଯାଉଛି । ପୂର୍ବ ବର୍ଷ କେନ୍ଦ୍ର ସରକାର ୫୧୦ କୋଟି ଦେଇଥିଲେ, ଏହି ବର୍ଷ ୬୩୫ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ଭୁବନେଶ୍ବର ଏମ୍ସରେ ଭଲ କାର୍ଯ୍ୟ ଚାଲୁଛି । ଚିକିତ୍ସା ପାଇଁ ରୋଗୀଙ୍କୁ ଅଧିକ ଅପେକ୍ଷା କରିବାକୁ ପଡୁଛି । ପ୍ରତିଦିନ ପଖାପାଖି ୧୦ ହଜାର ରୋଗୀ ଭୁବନେଶ୍ବର ଏମ୍ସକୁ ଚିକିତ୍ସା ପାଇଁ ଆସୁଛନ୍ତି । ଏହି ରୋଗୀମାନଙ୍କୁ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ପ୍ରଥମ ପ୍ରାଥମିକତା ।