କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା କଶ୍ରୁପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡସ ଦିବସ ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡସର ଲକ୍ଷଣ ଓ ନିରାକରଣ ଉପରେ ବିତ୍ସୃତ ଭାବେ ଆଲୋଚନା ହୋଇଥିବାବେଳେ ଲୋକେ ଏହି ରୋଗକୁ ନ ଡରି ସଚେତନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଆମିଷ ଶତପଥୀ, ଆଇନଜୀବୀ ସୌମ୍ୟ ରଞ୍ଜନ ମିଶ୍ର, ସନ୍ତୋଷ ଦାସ ଓ କଶ୍ରୁପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ନାୟକ ପ୍ରମୁଖଙ୍କ ସହ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ନାୟକ ଧନ୍ୟବାଦ ଦେଇଥିଲେ ।