କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ ଯୁବ ସଂଗଠକ ସଞ୍ଜୟ ଅଗ୍ରୱାଲଙ୍କୁ କେସିଙ୍ଗା ଏନଏସି ପ୍ରତିନିଧି ଭାବେ ମନୋନୀତ କରିଥିବା ଜଣାପଡ଼ିଛି । ଏନେଇ ଶ୍ରୀ ନାୟକ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି କେସିଙ୍ଗା ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇଦେବା ପାଇଁ ଉଲ୍ଲେଖ କରିଛନ୍ତି । ସଞ୍ଜୟ ଅଗ୍ରୱାଲ କେସିଙ୍ଗା ବିଜେପି ଶାଖାର ଉପସଭାପତି ଭାବେ କାର୍ଯ୍ୟ ତୁଲାଉଥିବାବେଳେ ସେ ବିଧାୟକ ପ୍ରଦୀପ୍ତ ନାୟକଙ୍କ ଅତି ଘନିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ଜଣାଶୁଣା । ଗତ ପୌର ନିର୍ବାଚନରେ ବିଜେଡିର ଲହର ଥିବାସତ୍ୱେ୍ୱ ୱାର୍ଡ ନଂ ୪ରୁ ଧରଣୀ ନାୟକଙ୍କୁ କାଉନସିଲର ଭାବେ ଜିତାଇବାରେ ସଫଳ ହୋଇ ସମସ୍ତ ଶ୍ରେୟ ନେଇଥିଲେ । ଶ୍ରୀ ଅଗ୍ରୱାଲ ଗତ ୫ବର୍ଷରୁ ବିଜେପି ଦଳର ଏକ ଶୃଙ୍ଖଳିତ ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ତାଙ୍କୁ କେସିଙ୍ଗା ଏନଏସି ବିଧାୟକ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ଶ୍ରୀ ଅଗ୍ରୱାଲ ସଦର ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବିଜେପି ସଭାପତି ମଗନ ସିନ୍ଦୁର, ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଆମର ପ୍ରିୟ ବିଧାୟକ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟଗତ ସ୍ଥିତି ଯୋଗୁ ଅନେକ ଲୋକଙ୍କ ସମସ୍ୟା ବିଧାୟକଙ୍କ ପାଖରେ ପହଞ୍ଚି ପାରୁନାହିଁ । ମୁଁ କେସିଙ୍ଗା ଲୋକଙ୍କ ସମସ୍ୟା ବିଧାୟକଙ୍କ ପାଖରେ ପହଞ୍ଚାଇବା ପାଇଁ ସହାୟକ ହେବି ବୋଲି ଶ୍ରୀ ଅଗ୍ରୱାଲ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।