ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଆଉ ଏକ ମାମଲା ସାମ୍ନାକୁ ଆସିଛି । ପୁଲିସ ତ୍ରିଲୋକପୁରୀସ୍ଥିତ ପାଣ୍ଡବନଗର ଥାନା ମୁଣ୍ଡ, ହାତ ଓ ଗୋଡ଼ ଭଳି ମାନବ ଶରୀରର ଅଙ୍ଗ ଜବତ କରିଥିଲା । ଏବେ ପୁଲିସ ସମ୍ପୃକ୍ତ ମାମଲାର ଖୁଲାସା କରିଛି । ମୃତକ ଜଣକ ହେଲେ ଅଞ୍ଜନ ଦାସ । ଅଞ୍ଜନ ବିହାର ବାସିନ୍ଦା ହୋଇଥିବାବେଳେ କିଛିବର୍ଷ ହେବ ଦିଲ୍ଲୀରେ ରହୁଥିଲା । ପୁଲିସ ଉକ୍ତ ମାମଲାରେ ମୃତକର ସ୍ତ୍ରୀ ଓ ସଉତୁଣିଆ ପୁଅକୁ ଗିରଫ କରିଛି ।
ଦିଲ୍ଲୀ ପୁଲିସ ପ୍ରେସ କନଫ୍ରେସରେ କହିଛି ଯେ, ଜୁନ ୫ରେ ପୁଲିସକୁ ରାମଲୀଳା ମଇଦାନରେ ଶରୀର ଅଙ୍ଗ ମିଳିଥିଲା ଏବଂ ୫ଦିନ ପର୍ଯ୍ୟନ୍ତ ଅଙ୍ଗ ମିଳିବା ଧାରା ଜାରି ରହିଥିଲା । ଶରୀରକୁ ଚିହ୍ନଟ କରିବାରେ ସମସ୍ୟା ଦେଖା ଦେଉଥିଲା । ଶରୀରକୁ ବୈଷୟିକ ଭାବେ ବିଶ୍ଳେଷଣ କରିବା ପରେ ଚିହ୍ନଟ ହୋଇଥିଲା । ଘରେ ଘରେ ବୁଲି ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି ଅଞ୍ଜନ ଦାସ ନାମକ ବ୍ୟକ୍ତି ୫-୬ ମାସ ହେବ ନିଖୋଜ ଅଛି । କିନ୍ତୁ ଥାନାରେ କୌଣସି ନିଖୋଜ ମାମଲା ରୁଜୁ ହୋଇନଥିଲା । ଅଭିଯୁକ୍ତଦ୍ୱୟ ପ୍ରତିଦିନ ମୃତକଙ୍କ ଶରୀରର କିଛି ଅଙ୍ଗକୁ କାଟି ଫ୍ରିଜରେ ରଖୁଥିଲେ । ଆଉ ପ୍ରତିଦିନ କିଛି କିଛି କରି ଅଙ୍ଗକୁ ଫିଙ୍ଗୁଥିଲେ ।
ସୂଚନାଯୋଗ୍ୟ, ମୃତକଙ୍କ ପତ୍ନୀ ପୁନମ ଓ ସଉତୁଣିଆ ପୁଅ ଦୀପକକୁ ପୁଲିସ ଗିରଫ କରିଛି । ୨୦୧୭ରେ ପୁନମଙ୍କୁ ଅଞ୍ଜନ ଦ୍ୱିତୀୟ ବିବାହ କରିଥିଲେ । ଅଞ୍ଜନଙ୍କର ପ୍ରଥମ ପତ୍ନୀଙ୍କଠାରୁ ୮ଜଣ ସନ୍ତାନ ରହିଛନ୍ତି । ପୁନମଙ୍କ ଗହଣା ବିକ୍ରି ଅଞ୍ଜନ ବିହାରରେ ଥିବା ତାଙ୍କ ପିଲାଙ୍କ ପାଖକୁ ପଠାଇ ଦେଇଥିଲେ । ସେ କୌଣସି କାମଧନ୍ଦା କରୁନଥିଲେ ଏବଂ ପୁନମଙ୍କ ଉପରେ ନିର୍ଭର କରୁଥିଲେ । ସେଥିପାଇଁ ସର୍ବଦା ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା