ଗ୍ରାମପଞ୍ଚାୟତସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଣ୍ଡିଢ଼ାମୁଣି ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମପଞ୍ଚାୟତସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ ଉପସ୍ଥିତ ରହି ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୭୨ଜଣ ଓ ପେନସନ ପାଇଁ ୪୯ଜଣ ହିତାଧିକାରୀ ଆବେଦନ କରିଥିଲେ । ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ଜଣ ହିତାଧିକାରୀ ଆବେଦନ କରିଥିବାବେଳେ ଜବକାର୍ଡ ପାଇଁ ୮ଜଣ ଓ ଏଫଆରଏ ନିମନ୍ତେ ୨ଜଣ ହିତାଧିକାରୀ ଆବେଦନ କରିଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଭାସ୍କର କାଡ଼୍ରାକା, ସମିତି ସଭ୍ୟ କମଳଲୋଚନ ମୁଟିକା, ନାଏବ ସରପଞ୍ଚ ସୁନିତା ବିଡ଼ିକା, ଜିପିଇଓ ଗୋପାଳ ଚନ୍ଦ୍ର ମିଶ୍ର, କନିଷ୍ଠ ଯନ୍ତ୍ରୀ ଟି ସୋମେଶ୍ୱର ରାଓ ଓ ଯୋଗାଣ ନିରୀକ୍ଷକ ସିପ୍ରା ସାମଲଙ୍କ ସହ ସମସ୍ତ ବ୍ଲକସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ ।