୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ

କଟକ,ଏନ୍ଏନ୍ଏସ୍: ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନାପୁର ଓ ମହାଜନପୁର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ପୁଲିସ ଅତର୍କିତ ଚଢ଼ଉ କରି ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିଛି।

ଏଥି ସହ ସେଠାରେ ସମ୍ପୃକ୍ତ ଥିବା ୧୨ ଜଣକୁ ପୁଲିସ ଥାନାରେ ଅଟକ ରଖିଛି। ରାତି ଅଧିଆ ଏହି ଚଢ଼ଉରେ ୪୪ ପ୍ଲାଟୁନ୍‌ ପୁଲିସଫୋର୍ସ ସମେତ ୧୦ ଜଣ ଅଫିସର ନିୟୋଜିତ ଥିଲେ।