ଜୈନ ମନ୍ଦିର ପ୍ରତିଷ୍ଠା ପାଇଁ ୩ ସାଧୁଙ୍କ ରାୟପୁରରୁ ପଦଯାତ୍ରା

ନବରଙ୍ଗପୁର,ଏନ୍‌ଏନ୍‌ଏସ:ଆଦିନାଥ ଦିଗମ୍ବର ଜୈନ ମନ୍ଦିର ପ୍ରତିଷ୍ଠା ପାଇଁ ସୁଦୂର ରାଇପୁରରୁ ୩ ସାଧୁ ପଦଯାତ୍ରା କରି ନବରଙ୍ଗପୁରରେ ପହଞ୍ଚିଛନ୍ତି । ୩ ସାଧୁ ଗତ ଅକ୍ଟୋବର ୧୫ ତାରିଖରୁ ରାଇପୁରରୁ ବାହାରିଥିଲେ । ଟୁଇନ ସିଟି ପରେ ଓଡ଼ିଶାର କୌଣସିଠାରେ ଜୈନ ମନ୍ଦିର ନାହଁ । କିନ୍ତୁ ନବରଙ୍ଗପୁରରେ ଏହା ପ୍ରତିଷ୍ଠା ହେବାକୁ ଯାଉଛି । ଉକ୍ତ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦିଗମ୍ବର ଜୈନ ପ୍ରକାଶ କରିଛନ୍ତି ।