ତୁମୁଡ଼ିବନ୍ଧରେ ପ୍ରଧାନଶିକ୍ଷକଙ୍କୁ ନେଇ ‘ଡିଜିଗୋଭ’ କର୍ମଶାଳା

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମଡ଼ିବନ୍ଧସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର ୧୩୬ଟି ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟସ୍ତରରେ ସରକାରୀ ଅନୁଦାନକୁ ଏହି “ଡିଜିଗୋଭ’ ମାଧ୍ୟମରେ କିଭଳି ଭାବେ ବିନିଯୋଗ କରାଯିବ ସେ ଉପରେ ତୁମୁଡ଼ିବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ତୃପ୍ତି ରଞ୍ଜନ ସ୍ୱାଇଁ ଏହି ବ୍ଲକର ୧୩୬ଜଣ ପ୍ରଧାନଶିକ୍ଷକ, ୧୩ଜଣ ସିଆରସିସି ଓ ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଭାବେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟର ଆର୍ôଥକ ପରାମର୍ଶଦାତା ଦୀପ୍ତି ରଞ୍ଜନ ଶୁକ୍ଳା ବୁଝାଇଥିଲେ । ତୁମୁଡ଼ିବନ୍ଧ ବିଇଓ ଜଗନ୍ନାଥ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାକୁ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତୁମୁଡ଼ିବନ୍ଧ ବିଆରସିସି ସାଙ୍ଗୁଡ଼ା ରୂପା ମାଝୀ ଓ ଆକାଉଣ୍ଟାଣ୍ଟ ସଚିକେତା ସାହୁଙ୍କ ସହ ତୁମୁଡ଼ିବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ତୁମୁଡ଼ବନ୍ଧ ବ୍ଲକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ ଧନ୍ୟବାଦ ଦେଇଥିଲେ ।