ରାଜନାଥ ସିଂହଙ୍କୁ ହିମାଚଳବାସୀ ସ୍ୱତନ୍ତ୍ର ଦାବୀ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଜୟସିଂହପୁରରେ ପ୍ରତିରକ୍ଷା ମନ୍ତ୍ରୀ ଆଜି ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ଲୋକେ ‘ପୀଓକେ ଦରକାର ପୀଓକେ୍‌’ର ନାରା ଦେଇଥିଲେ । ଏହି ନାରାର ଜବାବ ଦେବାକୁ ଯାଇ ରାଜନାଥ ହସିବା ସହ ଧୌର୍ଯ୍ୟ ରଖନ୍ତୁ ବୋଲି କହିଥିଲେ ।

ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ୨୦୨୦ରେ ଆମ ସୈନିକ ଚୀନକୁ କଡ଼ା ଜବାବ ଦେଇଥିଲେ ଯାହାକି ବୀରତାର ପ୍ରତୀକ । ଭାରତ ଉପରେ ଯିଏ ନଜର ପକାଇବ ଆମେ ଦେଖିନେବୁ ଆପଣମାନେ ଆଶ୍ୱସ୍ତ ରୁହନ୍ତି ।