ବାଲିଗୁଡା,ଏନ୍ଏନ୍ଏସ୍: ରାଜ୍ୟ ସ୍ତରୀୟ ସ୍କାଉଟ ଏବଂ ଗାଇଡ୍ସର ଜାଗୃତି କ୍ୟାମ୍ପ ରାଜ୍ୟ ତାଲିମ କେନ୍ଦ୍ର, ବରଗାଁ ସୁନ୍ଦରଗଡ ଠାରେ ଗତ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିଲା।ଏଥିରେ ୩୦ଟି ଶିକ୍ଷାଜିଲ୍ଲା ସହ ୮ଟି ଏସ୍ଏସ୍ଡି ଜୋନରୁ ୧୦୫୦ ଜଣ ସ୍କାଉଟଗାଇଡ୍ ଓ ୯୨ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଯୋଗଦେଇଥିଲେ।
ରାଜ୍ୟ ବକୃତା ପ୍ରତିଯୋଗିତାରେ କନ୍ଧମାଳ ଜୋନର ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡାଇ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ମୋ ଦୃଷ୍ଟିରେ ଜାଗୃତି ଓ ଏସ୍ଡିଜିର ୧୭ଟି ପଏଣ୍ଟ ଉପସ୍ଥାପନା କରି ସମସ୍ତଙ୍କର ପ୍ରୀୟଭାଜନ ହେବା ସହ ମୁଖ୍ୟ ପ୍ୟାଟ୍ରନ ଓ ମୁଖ୍ୟ କମିସନର ଡ. କାଳି ପ୍ରସାଦ ମିଶ୍ରଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡାଇଙ୍କ ଘର ବାଲିଗୁଡା ସ୍ଥିତ ପଣଷପୋଡି ଠାରେ ଅବସ୍ଥିତ ସେ ସମ୍ପ୍ରତି ଆଶ୍ରମ ବିଦ୍ୟାଳୟ ଗଟାଙ୍ଗି ଠାରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ସେ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।