ନବରଙ୍ଗପୁର,ଏନ୍ଏନ୍ଏସ୍: ସୀମାନ୍ତ ପତ୍ରିକାର ୪୨ ତମ ଶାରଦୀୟ ସଂସ୍କରଣ ଶୁଭ ଉନ୍ମୋଚନ, ଏକ ଭବ୍ୟ ସମାବେଶ ମଧ୍ୟରେ ସ୍ଥାନୀୟ ତୃପ୍ତି ହୋଟେଲ ସମ୍ମିଳନୀ କକ୍ଷରେ ହେlଇଯାଇଛି। ଦୀର୍ଘ ୪ ଦଶନ୍ଧି ହେବ ଉକ୍ତ ପତ୍ରିକା ରାଜ୍ୟର କୋଣ ଅନୁକୋଣରେ ଥିବା ସାହିତ୍ୟିକ ମାନଙ୍କ ପାଖରେ ବେଶ୍ ଆଦୃତ ଲାଭ କରିବା ସହ ଲୋକପ୍ରିୟତା ହାସଲ କରିପାରିଛି। ଏହି ସାରସ୍ବତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. କୋମଳ ଲୋଚନ ମିଶ୍ର ଯୋଗଦେଇଥିବା ବେଳେ, ବରେଣ୍ୟ ଅତିଥି ତଥା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ବବିତା ସୋର ସମ୍ମାନିତ ଅତିଥି ଭାବେ ଜେନାମଣୀ ବିଷୋୟୀ ଯୋଗ ଦେଇଥିଲେ। ବରିଷ୍ଠ ସାରସ୍ବତ ସାଧକ ତଥା ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସମ୍ପାଦକ ସୀମାନ୍ତ ଅଶୋକ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ବରିଷ୍ଠ ସାହିତ୍ୟିକ, ବାଗ୍ନୀ ତଥା ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସହ ସମ୍ପାଦକ ବୁଲୁ ହୋତା ସୀମାନ୍ତ ପତ୍ରିକାର ଦୀର୍ଘ ୪୨ ବର୍ଷର ସଂଘର୍ଷ ମୟ ସାଧନାକୁ ନେଇ ଆଲୋଚନା କରିଥିଲେ। ପୂଜ୍ୟ ପୁଜା ସହ ପ୍ରାରମ୍ଭିକ ସଂଗୀତରେ ବରିଷ୍ଠ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର ସଂଗୀତ ସଂଯୋଜନା କରିଥିଲେ।
ଏହି ସଭାରେ ନବରଙ୍ଗପୁର ଜିଲ୍ଲାର ସାରସ୍ବତ ସାଧନାରତ ଗୋପ ବିଷୋୟୀ, ବ୍ୟଙ୍ଗ କବି ବିଜୟ କୁମାର ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଇଞିନିୟର ଦିଲ୍ଲୀପ କୁମାର ଦାଶ ତଥା ଅନେକ କବି କବୟିତ୍ରୀ ଏବଂ ସୀମାନ୍ତ ପରିବାର ସଦସ୍ୟ ଯୋଗଦେଇଥିଲେ। ପୂଜ୍ୟ ପୁଜା ପରିଚାଳନାରେ ଡ. ସଂଯୁକ୍ତା ପଣ୍ଡା ବେଦ ମନ୍ତ୍ର ପାଠ ସହ ସମ୍ମାନିତ ଅତିଥି ମାନଙ୍କୁ ସୀମାନ୍ତ ପରିବାର ତରଫରୁ ସମ୍ବର୍ଦ୍ଧିତ କରିଥିଲେ।
ଓ୍ବାଇ ପ୍ରଭାକର ପାତ୍ର ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମଟିକୁ ଦୁର୍ଗା ପ୍ରସାଦ ପାଢୀ ପରିଚାଳନା କରିଥିଲେ ଏବଂ ଅଖିଳ କୁମାର ଭଟ୍ଟ ଓ କବିକାନ୍ତ ରଘୁରାମ ସହଯୋଗ କରିଥିଲେ। ସୀମାନ୍ତ ପରିବାରର ବରିଷ୍ଠ ସଦସ୍ୟ ଜି. ଭେଙ୍କେଟ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।ଡ. ମନୋଜ କିଶୋର ନାୟକଙ୍କ ଦ୍ବାରା ସମ୍ପାଦନ, ଈଙ୍କ ଡ୍ୟୁ ପବ୍ଲିକେସନ ଦ୍ବାରା ମୁଦ୍ରିତ ଏହି ପତ୍ରିକାଟି ଆମାଜନ୍ରେ ଉପଲବ୍ଧ ଅଛି।