ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ଆଜି ବେଆଇନ ଗଞ୍ଜେଇ ଚାଷ ସମ୍ପର୍କିତ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଲିଖିତ ପ୍ଲାକାର୍ଡ ଧରି ରଥ ସହ ନଗର ପରିକ୍ରମା କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକଠାରୁ ପଞ୍ଚାୟତ ପର୍ଯ୍ୟନ୍ତ କୋଣଅନୁକୋଣରେ ବେଆଇନ ଗଞ୍ଜେଇ ଚାଷରୁ ନିବୃତ ରହିବାକୁ ସଚେତନ କରିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ପ୍ରକାଶ କରିଛନ୍ତି ।