ସଲମାନଙ୍କୁ ମିଳିଲା Y+ ସିକ୍ୟୁରିଟି

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲଗାତାର କିଛିଦିନ ହେବ ମିଳୁଥିବା ହତ୍ୟା ଧମକକୁ ଦୃଷ୍ଟିରେ ତାଙ୍କ ସୁରକ୍ଷା ବଢ଼ାଯାଇଛି । ସଲମାନଙ୍କୁ Y+ ସିକ୍ୟୁରିଟି ପ୍ରଦାନ କରାଯିବ । ୪ଟି ହଥିଆରରେ ଆଚ୍ଛାଦିତ ସିକ୍ୟୁରିଟି ଗାର୍ଡ଼ ୨୪ ଘଣ୍ଟା ସଲମାନଙ୍କ ସହ ରହିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ହୋଇଥିବା ଲୋରେନ୍ସ ବିସ୍ନୋଇ ଗ୍ୟାଙ୍ଗ ତରଫରୁ ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ଅନ୍ୟପଟେ ଦିଲ୍ଲୀ ପୁଲିସକୁ ଲଗାତାର ଭାବେ ସଲମାନଙ୍କ ହତ୍ୟା ଧମକ ସହ ଜଡ଼ିତ ସୂଚନା ମିଳୁଛି ।