କୁପବାଡ଼ାରେ ପାକିସ୍ତାନୀ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଭାରତୀୟ ସେନା ଜମ୍ମୁ-କଶ୍ମୀରରେ ପୁଣି ଜଣେ ଆତଙ୍କବାଦୀକୁ ନିପାତ କରିଛି । କୁପବାଡ଼ା ଜିଲ୍ଲାର କେରନ ସେକ୍ଟରରେ ସେନା ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ନିପାତ କରିଥିବା ନେଇ କଶ୍ମୀର ଜୋନ ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି । ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ସୁରକ୍ଷା ବଳ କୁପବାଡ଼ାରେ ଲଗାତାର ଭାବେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ବିଫଳ କରୁଛି । ଗତ ଅକ୍ଟୋବର ୨୬ ତାରିଖରେ ହିଁ କୁପବାଡ଼ାର ଏଲଓସି ପାଖରେ ଜଣେ ଆତଙ୍କବାଦକୁ ସେନା ପକ୍ଷରୁ ନିହତ କରାଯାଇଥିଲା ।