ଦିନକ ପାଇଁ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

କଟକ,ଏନ୍‌ଏନ୍‌ଏସ୍‌: ଗୁଜରାଟ ଝୁଲାପୋଲ ଅଘଟଣ ପରେ କଟକ ପ୍ରଶାସନ ତତ୍ପରତା ଦେଖାଇଛି । କାଲିଠୁ ଦିନକ ପାଇଁ ଧବଳେଶ୍ୱର ଝୁଲାପୋଲ ବନ୍ଦ ରହିବ । ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ପ୍ରଦାନ କରିଛନ୍ତି । ଏହି ସମୟରେ ପୋଲର ନୀରାପତ୍ତା ଯାଞ୍ଚ କରାଯିବ । ଆଗାମୀ ଦିନରେ ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ । ଆବଶ୍ୟକ ହେଲେ ସୁରକ୍ଷା ଦୃଷ୍ଟିରୁ ପୂରା ବନ୍ଦ କରାଯାଇପାରେ । ପୋଲ ନିକଟରେ ଓଡ୍ରାଫ ଓ ଅଗ୍ନିଶମ ଟିମ୍ ମୁତୟନ ରହିବେ । ଅସୁବିଧା ହେଲେ ମଧ୍ୟ ଲୋକଙ୍କୁ ଡଙ୍ଗାରେ ଯିବାକୁ କହିବୁ ବୋଲି ଜିଲ୍ଲାପାଳ କହିଛନ୍ତି ।