ଦାଦନ ଶ୍ରମିନଙ୍କୁ ଉଦ୍ଧାର କଲା ପାଟଣାଗଡ ପୁଲିସ

ପାଟଣାଗଡ,ଏନ୍ଏନ୍ଏସ୍: ବଲାଙ୍ଗିର ପୁଲିସ ଦାଦନ ଊତୁ ପୁର୍ବରୁ ଗାଁ ଗାଁ’ରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି। ବେଆଇନ ଭାବରେ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରବାରେ ମାତିଛନ୍ତି। ଆଜି ପାଟଣାଗଡ ପୁଲିସ ବିଶେଷ ସୁତ୍ରରୁ ଖବରପାଇ ବଗଲାବନ୍ଧ ଗ୍ରାମରୁ ୨୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକ ମାନେ ହେଲେ ବରଗଡ ଜିଲ୍ଲା ବିଜେପୁର ଓ ସହେଲା ଅଞ୍ଚଳର, ବଲାଙ୍ଗିର ଜିଲ୍ଲାର ଆଗଲପୁର ଓ ସୋନପୁର ଜିଲ୍ଲାର ବୋଲି ଜଣାଯାଇଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୧୦ ଜଣ ମହିଳା ସହ ୭ ଜଣ ଶିଶୁ ଥିବା ଜଣାପଡ଼ିଛି।

ଚାଲାଣ କରୁଥିବା ସର୍ଦ୍ଦାର ମାନେ ହେଲେ ବଗଲାବନ୍ଧର ମୋହନ ମେହେର ଓ ବିଜେପୁରର ଥବିର ରାଜ ହଂଶକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଖବରପାଇ ପାଟଣାଗଡ ଶ୍ରମ ଅଧିକାରୀ ପାଟଣାଗଡ ଥାନାକୁ ପହଞ୍ଚି ଅଧିକା ତଦନ୍ତ କରିଥିଲେ। ପରେ ପୁଲିସ ଦାଦନ ସର୍ଦ୍ଦାରକୁ ଗିରଫ କରି ପାଟଣାଗଡ ଥାନାରେ ଏକ ମକଦ୍ଦମା ରୁଜୁ କରି ଥାନା କେସ୍‌ ନଂ ୧୯୯/୨୨ ଭାରତୀୟ ପିଙ୍ଗଲ କୋର୍ଡର ୩୭୦/୩୭୪/୪୨୦/୧୨୦ ବି/୨୫ରେ ଧାରାରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।