ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଯୁବ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ଅଜିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଜଣାଶୁଣା ଗୀତିକାର, କଣ୍ଠଶିଳ୍ପୀ ତଥା ଯୁବ ସାମ୍ବାଦିକ ଅଜିତ କୁମାର ସାହୁଙ୍କୁ ତାଙ୍କ କର୍ଯ୍ୟକୁ ନେଇ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ଗୌଡ଼. କାର୍ଲାଖୁଣ୍ଟା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୁସୁଳାପୁଞ୍ଜା ଡ଼ଙ୍ଗର ମହୋତ୍ସବ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। ପୁଷ୍ପଗୁଚ୍ଛ, ଓପଢ଼ୌକନ ଏବଂ ମାନପତ୍ର ଦେଇ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ ଯୋଗଦେଇ ଥିବା ବେଳେ ମ.ରାମପୁର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପଧାନ, କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅନନ୍ତ ପାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ଶ୍ରୀ ସାହୁଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟୁଛି।