ଆସନ୍ତା କାଲି ହେବ ବିଜେପୁରର ଶେଷ ନିର୍ବାଚନର ପ୍ରଚାର

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହେଉଥିବା ବେଳେ ଏ ନେଇ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରୀତା ସାହୁଙ୍କ ପାଇଁ ନିର୍ବାଚନର ମଙ୍ଗ ଧରିଛନ୍ତି। ଏହି ପରିପ୍ରେକ୍ଷୀରେ  ଶୁକ୍ରବାର ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବୁଲି ପ୍ରଚାର କରିବେ। ସେହିପରି ଗତକାଲି ବିଜେପୁର ଓ ବରପାଲିରବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରି ବିଧାୟକ ପ୍ରାର୍ଥୀନୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଥିଲେ।

ସେହିପରି ବିଜେପି ପକ୍ଷରୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ବରପାଲି ଓ ବିଜେପୁର ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରିବେ ଓ ପ୍ରତାପ ଷଡ଼ଙ୍ଗୀ ରୋଡ ସୋ’ କରିବେ ବୋଲି ଜଣାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ସୁରେଶ ରାଉତରାୟ ପ୍ରମୁଖ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ।