ବାରହା ଫାଶରେ ଫଶି ବାପ ଓ ବଡ଼ ପୁଅ ମୃତ, ସାନପୁଅ ଗୁରୁତର

ସୋନପୁର,ଏନ୍ଏନ୍ଏନ୍ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲଗାଁ’ରେ ଏକ ଅଭାବନୀୟ ଅଘଟଣ ଘଟିଛି। ପିତା ତାଙ୍କ ଦୁଇ ପୁଅଙ୍କ ସହ ବାଉରିଜୋର ଜଙ୍ଗଲକୁ ଯାଇଥିବାବେଳେ ସେଠାରେବାର୍‍ହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ବାପା ଓ ପୁଅ ଆସିଯାଇଥିଲେ। ଫଳରେ ବାପା ଓ ବଡ଼ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାନପୁଅକୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସେମାନେ ହେଲେ ସହଦେବ ସାହୁ(୫୫) ଓ ତାଙ୍କ ଦୁଇ ପୁଅ ଦେବାନନ୍ଦ ସାହୁ ଓ ଅରୂପାନନ୍ଦ ସାହୁ। ସୂଚନା ଅନୁସାରେ ବାପା ସହଦେବ ସାହୁ ତାଙ୍କ ଦୁଇ ପୁଅଙ୍କ ସହ ଗତକାଲି ବିଳମ୍ବିତ ରାତ୍ରିରେ ନିକଟସ୍ଥ ବାଉରିଜୋର ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପା ଓ ବଡ଼ ପୁଅର ମୃତ୍ୟୁ ହୋଇଥିଲା। ସେହିପରି ସାନପୁଅ ଅରୂପାନନ୍ଦ ଗୁରୁତର ଅବସ୍ଥାରେ ଘରକୁ ଆସିବା ପରେ ପରିବାର ଲୋକେ ତାଙ୍କୁସୁବର୍ଣ୍ଣପୁର ଜିଲ୍ଳା ହସ୍ପିଟାଲକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।