ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ନାଉଲିପଡ଼ା ଉଚ୍ଚ ବିଦ୍ୟାଳୟରେ ଆଜି ୨୧ଟି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ରିଆମାଳ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବିନୋଦ ସିଂ ଶିକ୍ଷାର ଉନ୍ନତି ନିମନ୍ତେ ଶିକ୍ଷା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ ଓ ପ୍ରଧାନଶିକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ । ବାଲ୍ୟ ଅବସ୍ଥାରେ ପାଠପଢ଼ା ସମୟରେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇ ଛାତ୍ରଛାତ୍ରୀମାନେ ଶିକ୍ଷାଠାରୁ ଦୂରେଇ ଯାଉଥିବାବେଳେ ସେମାନଙ୍କୁ ଉତ୍ସାହିତ କରି ସଫଳ ଜୀବନ ନିର୍ବାହ କରିବା ପାଇଁ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ମହାମହିମ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଜୀବନକୁ ଅନୁଶୀଳନ ପୂର୍ବକ ପ୍ରେରଣା ଯୋଗାଇବା ସହ ପାଠ ପଢିବୁ, ଆମେ ଗଢିବୁ ଓ ଆମେ ଶ୍ରେଷ୍ଠ ହେବୁ ଆହ୍ୱାନଙ୍କୁ ଯଥାର୍ଥତା ପ୍ରତିପାଦନର ଗୁରୁମନ୍ତ୍ରଙ୍କୁ ଶ୍ରୀ ସିଂ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିରେ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ନାଉଲିପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରଧାନ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।