ଋିଷି ସୁନକଙ୍କୁ ମିଳିଲା ୧୦୦ କନଞ୍ଜରଭେଟିଭ ନେତାଙ୍କ ସମର୍ଥନ

ବ୍ରିଟେନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୁଣିଥରେ ନିର୍ବାଚନ ହେବ । ଲିଜ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ରାଜନୀତି ସରଗରମ ରହିଛି । ଏଭଳି ସ୍ଥିତିରେ ଭାରତୀୟ ବଂଶୋଦ୍ଭବ ଋିଷି ସୁନକଙ୍କୁ ଏହାର ଲାଭ ମିଳୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଋିଷି ପ୍ରଧାନମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି । ଖାସ୍ କଥାଟି ହେଲା, ନାମାଙ୍କନ ପ୍ରକ୍ରିୟା ଦୌଡ଼ରେ ଋିଷି ବାଜି ମାରି ନେଇଛନ୍ତି । ଋିଷି ନାମାଙ୍କନ ପାଇଁ ଆବଶ୍ୟକ ଥିବା ୧୦୦ କଞ୍ଜରଭେଟିଭ୍ ନେତାଙ୍କ ସମର୍ଥନ ହାସଲ କରି ନେଇଛନ୍ତି । ଅକ୍ଟେବାର ୨୪ ନାମାଙ୍କନ ପ୍ରକ୍ରିୟାର ଶେଷ ଦିନ ।
ସୂଚନାଯୋଗ୍ୟ, ଋିଷିଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ବରିଷ୍ଠ କ୍ୟାବିନେଟ ସଦସ୍ୟ ପେନୀ ମାର୍ଡୋଟ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି ।